ଓ୍ୱାଶିଂଟନ(ଓଡିଶା ସମାଚାର ନ୍ୟୁଜ): ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏହା ପୂର୍ବରୁ ସେ ହିଂସା ଭଳି ବାବଦରେ ଛନ୍ଦି ହୋଇଛନ୍ତି। ଜାନୁଆରୀ ୬ ହିଂସା ଘଟଣା ପରେ ଟ୍ରମ୍ପଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ସଂସଦରେ ଆନୁଷ୍ଠାନିକ ଭାବେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ବିରୋଧୀ ଡେମୋକ୍ରାଟିକ ଦଳ ଏହି ମହାଭିଯୋଗ ପ୍ରସ୍ତାବ ଜରିଆରେ ଟ୍ରମ୍ପଙ୍କୁ ବହିଷ୍କାର କରିବାକୁ ଦାବି କରିଛି। ଏବେ ସଂସଦରେ ଡେମୋକ୍ରାଟ୍ସଙ୍କ ପ୍ରସ୍ତାବ ସଂରକ୍ଷିତ ରହିଛି। ଭୋଟିଂ ହେବ କି ନାହିଁ ସ୍ଥିର ହୋଇନାହିଁ।ସୂଚନାଯୋଗ୍ୟ, ଏହି ଘଟଣାରେ ଜଣେ ପୁଲିସ ଅଧିକାରୀଙ୍କ ସମେତ ମୋଟ୍ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ୨୫ ତମ ସଂଶୋଧନକୁ କାର୍ଯ୍ୟକାରୀ କରିବାକୁ ଉପରାଷ୍ଟ୍ରପତି ପେନ୍ସଙ୍କ ନିକଟରେ ଆଗତ ହେବ। ତେବେ ସୋମବାର ରିପବ୍ଲିକାନ୍ ଆଇନଜୀବୀମାନେ ଗୃହରେ ଡେମୋକ୍ରାଟିକ୍ ସଦସ୍ୟଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ଚଳିତ ସପ୍ତାହରେ ଏନେଇ ମତଦାନ ହେବ ବୋଲି ଆଶା କରାଯାଉଛି।