ଭଦ୍ରକ ଜିଲାରେ ମହିଳାଙ୍କୁ ବୀଭତ୍ସ ହତ୍ୟା

 ଭଦ୍ରକ(ଓଡିଶା ସମାଚାର ନ୍ୟୁଜ):ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନୂଆପୋଖରୀ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି। ନୂଆପୋଖରୀ ଗାଁର ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କର ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି। ବାଉଁଶବୁଦା ମୂଳରେ ବେକ କଟା ଅବସ୍ଥାରେ ମହିଳାଙ୍କ ମୃତଦେହକୁ ପୁଲିସ ଜବତ କରିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମହିଳା ଜଣଙ୍କ ୮ ବର୍ଷ ତଳେ ବାପ ଘର ଗାଁରେ ବିବାହ କରିଥିଲେ ।ଗତକାଲି ଠାରୁ ଉକ୍ତ ମହିଳାଙ୍କ ସ୍ୱାମୀ କେଉଁଆଡେ ଚାଲି ଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.