ଦେଶରେ ହ୍ରାସ ପାଉଛି କୋରନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା। ଦେଶରେ ବୃଦ୍ଧି ପାଉଛି ଆରୋଗ୍ୟ ହାର। ୨୪ ଘଣ୍ଟାରେ ଆଉ ନୂଆ ପଜିଟିଭ ୧୨,୫୮୪ ଚିହ୍ନଟ। ଚିକିତ୍ସାଧୀନ ଅବସ୍ଥାରେ ୧୬୭ ଆକ୍ରାନ୍ତଙ୍କ ମୃତ୍ୟୁ। ମୋଟ ମୃତ୍ୟୁ ୧,୫୧,୩୨୭ରେ ପହଞ୍ଚିଛି। ଦିନକରେ ୧୮,୩୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ୧,୦୧,୧୧,୨୯୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୧,୦୪,୭୯,୧୭୯କୁ ବୃଦ୍ଧି ପାଇଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ୨,୧୬,୫୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ।

Leave A Reply

Your email address will not be published.