ସାଇନା ଓ ପ୍ରଣୟ ହେଲେ କରୋନା ଆକ୍ରାନ୍ତ

ହାଇଦ୍ରାବାଦ(ଓଡିଶା ସମାଚାର ନ୍ୟୁଜ):ଭାରତୀୟ ଖେଳାଳି ସାଇନା ନେହ୍ୱାଲ ଓ ଏଚସି ପ୍ରଣୟ ଥାଇଲ୍ୟାଣ୍ଡ ଓପନ ବ୍ୟାଡମିଣ୍ଟନ ଖେଳିବାକୁ ଯାଇଥିବା ବେଳେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟ ବ୍ୟାଙ୍କକରେ ପହଞ୍ଚିଲା ପରେ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ରିପୋର୍ଟ ଏବେ ପଜିଟିଭ ଆସିଥିବା ଜଣାପଡ଼ିଛି। ଉଭୟଙ୍କୁ ଏବେ ବ୍ୟାଙ୍କକ ହସ୍ପିଟାଲରେ ୧୦ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି।

Leave A Reply

Your email address will not be published.