ଜୟଦେବ ବିହାରରୁ କିଟ୍ ଛକ ପର୍ଯ୍ୟନ୍ତ ହେବ ୮ ଲେନ ବିଶିଷ୍ଟ ରାସ୍ତା

ଭୁବନେଶ୍ବର(ଓଡିଶା ସମାଚାର ନ୍ୟୁଜ):ରାଜଧାନୀ ରେ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ଜୟଦେବ ବିହାର ଛକରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଆସନ୍ତା ଫେବୃୟାରୀ ମଧ୍ୟଭାଗରେ ଆଗତ ହେବାକୁ ଥିବା ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଜୟଦେବ ବିହାରଠାରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ ରାସ୍ତା ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କଳିଙ୍ଗ ହସ୍ପିଟାଲ ଛକ ଓ ଡମଣା ଛକଠାରେ ଦୁଇଟି ଫ୍ଲାଏଓଭର ବ୍ରିଜ୍ ମଧ୍ୟ ନିର୍ମାଣ ହେବ। ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ବଜେଟ୍ ବରାଦ ମଧ୍ୟ ହେବ ବୋଲି ଜଣାପଡ଼ିଛି।

gpkandhamal

୨୦୨୧-୨୨ ଆର୍ଥିକ ବର୍ଷରେ ସମଗ୍ର ରାଜ୍ୟରେ ମୋଟ ୩୦ଟି ବ୍ରିଜ୍ ,୨ଟି ରେଳ ଓଭର ବ୍ରିଜ୍ ଓ ଏକ ହଜାର କିମି ରାସ୍ତାର ଉନ୍ନତିକରଣ ପାଇଁ ୨୧୭୯.୬୨ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହେବ ବୋଲି ଜଣାପଡ଼ିଛି। ଏହି ଅର୍ଥରେ ବୃହତ୍ ପ୍ରକଳ୍ପ ଭାବେ ଜୟଦେବ ବିହାରଠୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ୮ଲେନ୍ ବିଶିଷ୍ଟ ଓ ୨ଟି ଫ୍ଲାଏଓଭର ନିର୍ମାଣ ବଜେଟରେ ବ୍ୟୟବରାଦ ହେବ ବୋଲି ସୂଚନା ମିଳିଛି।

Umasankar Adv
Leave A Reply

Your email address will not be published.