ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର, ଗ୍ୟାସ ଲିକ୍‌ ଯୋଗୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ

ଛତ୍ରପୁର(ଓଡିଶା ସମାଚାର ନ୍ୟୁଜ):ଛତ୍ରପୁର: ୧୬ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର।ଛତ୍ରପୁର ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଫଳରେ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେଉଛି। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ ଲିକ୍‌ ରୋକିବାକୁ ଉଦ୍ୟମ ଚଳାଇଛନ୍ତି।

gpkandhamal

ମିଳିଥିବା ସୂଚନା ମୁତାବକ, ଗ୍ୟାସ ଟ୍ୟାଙ୍କର(ନମ୍ବର ଜିଜେ୦୬ଏକ୍ସଏକ୍ସ-୧୫୧୨)ଟି ବିଶାଖାପାଟଣାରୁ ଜଟଣୀକୁ ଏଚପି ଗ୍ୟାସ ନେଇ ଫେରୁଥିଲା। ସକାଳ ୫ଟା ୩୦ମିନିଟରେ ଛତ୍ରପୁର ନିକଟସ୍ଥ ହୁମୁରି ତାମ୍ପରାଠାରେ ଘନ କୁହୁଡ଼ି ପାଇଁ ରାସ୍ତା ଦେଖା ନଯିବାରୁ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା।
ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ଟ୍ୟାଙ୍କର ଉପରକୁ ପାଣି ପକାଉଛନ୍ତି। ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି।ଗ୍ୟାସ୍‌ ଲିକ୍‌ ଯୋଗୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରାଯାଇଛି।

Umasankar Adv
Leave A Reply

Your email address will not be published.