ବଢ଼ିଲା ତୈଳଦର:ମୁମ୍ବାଇରେ ୯୧ ଟଙ୍କା ,ଓଡ଼ିଶାରେ ୮୫

ଆଜି ପେଟ୍ରୋଲର ଲିଟର ପିଛା ଦର ୨୫ ପଇସା ଓ ଡିଜେଲର ଲିଟର ପିଛା ଦର ୨୭ ପଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ପରେ ସାରା ଦେଶରେ ତୈଳ ଦର ନୂଆ ରେକର୍ଡ କରିଛି।

gpkandhamal

୫ ଦିନର ବ୍ୟବଧାନ ପରେ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।ନୂଆ ଦର ପରେ ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୯୧ ଟଙ୍କା ପାର୍‌ କରିଛି। ସେହିପରି ଓଡ଼ିଶାରେ ପେଟ୍ରୋଲ ଦାମ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଆଜି ପେଟ୍ରୋଲର ଲିଟର ପିଛା ଦର ୨୫ ପଇସା ବଢ଼ି ୮୫. ୦୯ ଟଙ୍କାରେ ପହଞ୍ଚିଛି। ଡିଜେଲର ଲିଟର ପିଛା ଦର ମଧ୍ୟ ୨୭ ପଇସା ବଢ଼ି ୮୧ ଟଙ୍କା ୨୯ ପଇସା ଛୁଇଁଛି। ଏ ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।

Umasankar Adv
Leave A Reply

Your email address will not be published.