ମୟୂରଭଞ୍ଜ ଜିଲ୍ଲାରେ ଗଣଦୁଷ୍କର୍ମ

ବାରିପଦା(ଓଡିଶା ସମାଚାର ନ୍ୟୁଜ):ମକର ପର୍ବ ନିମନ୍ତେ ଆଜି ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଏକ ଜଘନ୍ୟ କାଣ୍ଡ ସାମନାକୁ ଆସିଛି। ଜଣେ ଯୁବତୀ ମକର ବୁଡ଼ ପକାଇବାକୁ ଯାଇ ଆଜି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି।

ଖବର ଅନୁଯାୟୀ, ଆଜି ଭୋରରୁ ଯୁବତୀଜଣକ ଘରୁ ଏକୁଟିଆ ନିକଟସ୍ଥ ନଦୀକୁ ମକର ବୁଡ଼ ପକାଇବାକୁ ବାହାରିଥିଲେ। ଏହାର ସୁଯୋଗ ନେଇ ଉକ୍ତ ସାହିର ୨ ଯୁବକ ତାଙ୍କୁ ପିଛା କରିଥିଲେ। ଯୁବତୀଙ୍କୁ ଏକୁଟିଆ ପାଇ ନଦୀ ପଠାରେ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ୨ ଯୁବକ। ଯୁବତୀଜଣକ ଚିତ୍କାର କରିବାରୁ  ସେମାନେ ସେଠାରୁ ଫେରାର ହୋଇଯାଇଥିଲେ।ଯୁବତୀଜଣକ ପରିବାର ଲୋକଙ୍କୁ ଏନେଇ କହିବା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

Umasankar Adv

Leave A Reply

Your email address will not be published.