ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ

ଦିଲ୍ଲୀ(ଓଡିଶା ସମାଚାର ନ୍ୟୁଜ) :ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ଘଟିଛି ଅଗ୍ନିକାଣ୍ଡ। ଓପିଡ଼ି ନିକଟରେ ଥିବା ସିଷ୍ଟର ଚେଜିଂ ରୁମରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ପଦକ୍ଷେପ ଯୋଗୁ ଏକ ବଡ଼ ଅଘଟଣ ଟଳି ଯାଇଥିଲା।
ଅଗ୍ନିଶମ ଅଧିକାରୀଙ୍କ ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୧୮ ମିନିଟରେ ସିଷ୍ଟର ଚେଜିଂ ରୁମରେ ନିଆଁ ଲାଗିଥିଲା। ସେଠାରେ ଉପସ୍ଥିତ ଥିବା ହସ୍ପିଟାଲ କର୍ମଚାରୀ ଏବଂ ପୁଲିସ କର୍ମଚାରୀ ତୁରନ୍ତ ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଖୋଜିବାକୁ ଉଦ୍ୟମ ଚାଲିଛି। ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.