‘ପ୍ରାରମ୍ଭ: ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ’ ଜାନୁଆରୀ ୧୫ ଏବଂ ୧୬ ରେ

ଦିଲ୍ଲୀ(ପି.ଆଇ.ବି),(‌ଓଡିଶା ସମାଚାର ନ୍ୟୁଜ) :ଷ୍ଟାର୍ଟଅପ୍ ସହିତ ଯୋଗାଯୋଗ କରିବାକୁ ପ୍ରଧାନମନ୍ତ୍ରୀ ୧୬ ଜାନୁଆରୀରେ ‘ପ୍ରାରମ୍ଭ: ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ’ କୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ୍ମାନଙ୍କ ସହ ଯୋଗାଯୋଗ କରିବେ ଏବଂ ୧୬ ଜାନୁଆରୀ ୨୦୧୧ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ପ୍ରାରମ୍ଭ: ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ’ କୁ ସମ୍ବୋଧିତ କରିବେ।

Umasankar Adv
gpkandhamal

ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ପ୍ରୋତ୍ସାହନ ବିଭାଗ ଦ୍ୱାରା ୧୫ -୧୬ ଜାନୁୟାରୀ ୨୦୧୧ ରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହି ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହେଉଛି; ଅଗଷ୍ଟ ୨୦୧୮ ରେ କାଠମାଣ୍ଡୁରେ ଅନୁଷ୍ଠିତ ଚତୁର୍ଥ BIMSTEC ସମ୍ମିଳନୀରେ ଯେଉଁଠାରେ ଭାରତ BIMSTEC ଷ୍ଟାର୍ଟଅପ୍ କନକ୍ଲେଭ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲା।

ଏହି ସମ୍ମିଳନୀ ୧୬ ଜାନୁଆରୀ, ୨୦୧୬ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପର ପଞ୍ଚମ ବାର୍ଷିକୀ ପାଳନ କରୁଛି। ୨୫ ରୁ ଅଧିକ ଦେଶ ଏବଂ ୨୦୦ ରୁ ଅଧିକ ବିଶ୍ସ ସ୍ତରୀୟ ବକ୍ତାଙ୍କ ଅଂଶଗ୍ରହଣରେ ଏହି ସମ୍ମିଳନୀ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ସର୍ବ ବୃହତ ଷ୍ଟାର୍ଟଅପ୍ ସମ୍ମିଳନୀ ହେବ। ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଆରମ୍ଭ ହେବା ଦିନଠାରୁ। ଷ୍ଟାର୍ଟଅପ୍ ଇକୋସିଷ୍ଟମଗୁଡିକର ସାମୂହିକ ଭାବରେ ବିକାଶ ଏବଂ ମଜବୁତ କରିବା ପାଇଁ ଏହା ବହୁପକ୍ଷୀୟ ସହଯୋଗ ଏବଂ ପୃଥିବୀର ବିଭିନ୍ନ ଦେଶ ସହିତ ଯୋଗଦାନକୁ ଧ୍ୟାନ ଦେବା ସହିତ ୨୪ ଟି ଅଧିବେଶନର ସାକ୍ଷୀ ହେବ।

Leave A Reply

Your email address will not be published.