ସେନା ପରେଡକୁ ଟକ୍କର ଦେବ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ(ଓଡିଶା ସମାଚାର ନ୍ୟୁଜ): କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଆଜି ୫୦ ଦିନରେ ପହଞ୍ଚିଛି । ଆନ୍ଦୋଳନରତ କୃଷକମାନଙ୍କ ଠାରୁ ସୂଚନା ମିଳିଛି କି ଜାନୁଆରି ୨୬ରେ କୃଷକମାନେ ଲାଲକିଲ୍ଲା ନୁହେଁ ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିବେ ।
ଉଲ୍ଲେଖଯୋଗ୍ୟ, ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଚାଲିଥିବା ଆଲୋଚନା ବାରମ୍ବାର ବିଫଳ ହେଉଥିବାରୁ ସ୍ଥାୟୀ ସମାଧାନର ପନ୍ଥା ବାହାର କରିବାକୁ ଯାଇ ସୁପ୍ରିମ କୋର୍ଟ ନୂଆ ଆଇନ ଉପରେ ରୋକ୍ ଲଗାଇଥିଲେ। ଏହାସହିତ ଚାଷୀମାନଙ୍କ ସହିତ ଆଲୋଚନା କରିବା ଲାଗି ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହି କମିଟି ଦୁଇ ମାସ ମଧ୍ୟରେ ସିଧାସଳଖ ଅଦାଲତକୁ ରିପୋର୍ଟ ପ୍ରଦାନ କରିବ ଏବଂ ୧୦ ଦିନ ମଧ୍ୟରେ କମିଟିର ପ୍ରଥମ ବୈଠକ ହେବ ବୋଲି କୋର୍ଟ କହିଥିଲେ। ହେଲେ ସୁପ୍ରିମକୋର୍ଟଙ୍କ କମିଟି ଗଠନ ପ୍ରସ୍ତାବକୁ ବିରୋଧ କରିବା ସହ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଥିଲେ କୃଷକ ସଂଗଠନ କହିଥିଲେ।

Leave A Reply

Your email address will not be published.