ଭୂକମ୍ପ ଝଟକାରେ ୭ ମୃତ

ଜାକର୍ତ୍ତା(ଓଡିଶା ସମାଚାର ନ୍ୟୁଜ): ଶକ୍ତିଶାଳୀ ଭୂକମ୍ପ ରେ ଥରି ଉଠିଛି ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପପୁଞ୍ଜ। ଏଥିରେ ବଡ଼ବଡ଼ ବିଲଡିଂ ଓ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନଶକ୍ତିଶାଳୀ ଭୂକମ୍ପ ରେ ଥରି ଉଠିଛି ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପପୁଞ୍ଜ। ଏଥିରେ ବଡ଼ବଡ଼ ବିଲଡିଂ ଓ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ନେବା ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ ଭୂକମ୍ପର ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିବା ଜଣାପଡ଼ିଛି।ଭୂକମ୍ପର ଝଟକା ୭ ସେକେଣ୍ଡ ଯାଏ ଅନୁଭୂତ ହୋଇଥିଲେ ହେଁ ଏଯାଏ ସୁନାମୀ ଆସିବାର ଆଶଙ୍କା ପ୍ରକାଶ ପାଇନାହିଁ।
ପ୍ରାଥମିକ ରିପୋର୍ଟରେ ସରକାର କହିଛନ୍ତି ଭୂକମ୍ପରେ ମାଜେନେ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି

Leave A Reply

Your email address will not be published.