ଭାରତୀୟ କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା ବାପାଙ୍କ ଦେହାନ୍ତ !

ନୂଆଦିଲ୍ଲୀ(ଓଡିଶା ସମାଚାର ନ୍ୟୁଜ):ଆଜି ସକାଳେ ନିଜ ବାପାଙ୍କୁ ହରାଇଛନ୍ତି ଭାରତୀୟ ଟିମର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା । ହୃଦ୍‌ଘାତରେ ହାର୍ଦ୍ଧିକଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ପରଲୋକ ଘଟିଛି। ଏହି ଖବର ମିଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ହାର୍ଦ୍ଦିକ ଏବଂ କ୍ରୁନାଲଙ୍କ ପିତାଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି। ହାର୍ଦ୍ଦିକ ଏବଂ କ୍ରୁନାଲଙ୍କ ପିତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ମୋର ହୃଦୟ ଭାଙ୍ଗି ଯାଇଛି।  ସେ ଜଣେ ବହୁତ ଭଲ ଏବଂ ଜୀବନ୍ତ ମଣିଷ ଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି କୋହଲି ଟ୍ୱିଟ୍ ମାଧ୍ୟମ ରେ ଜଣାଇଛନ୍ତି।

Leave A Reply

Your email address will not be published.