ଦ୍ୱିତୀୟ ଦିନରେ ଟିକାକରଣ

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ) :ଆଜିଠୁ ପୁଣି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦ୍ୱିତୀୟ ଦିନରେ ୩୮୦ ସେସନ ମାଧମରେ ୩୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ୧୬୯୮ଟି ସେସନରେ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ପୂର୍ବରୁ ୧୩ ହଜାର ୮୯୦ ଲୋକଙ୍କୁ ଟିକା କରଣ କରାଯାଇଥିଲା । ତେବେ କେଉଁ ଦିନ କେତେ ସେସନରେ ଟିକା କରଣ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇସାରିଛି ।

୧୯ ତାରିଖରେ ୧୯୨ଟି ସେସନ ହେବ

Umasankar Adv

୨୦ ତାରିଖରେ ୯୨ଟି ସେସନ ହେବ

୨୧ ତାରିଖରେ ୪୩୬ଟି ସେସନ ହେବ

gpkandhamal

୨୨ ତାରିଖରେ ୧୪୧ ଟି ସେସନ ହେବ

୨୩ ତାରିଖରେ ୧୭୮ଟି ସେସନ ହେବ

୨୫ ତାରିଖରେ ୨୭୯ଟି ସେସନ ହେବ

ସେହିପରି ଯେଉଁ ମାନେ ଯେଉଁ ଦିନ ଟିକା ନେଇଛନ୍ତି ତାହାର ୨୮ ଦିନ ପରେ ୨ୟ ଡୋଜ ନେବେ । ସେଥିପାଇଁ ପର୍ଯ୍ୟାପ୍ତ ଟିକା ରହିଛି । ସେହି ସମୟର ଦୁଇ ଦିନ ପୂର୍ବରୁ ତାଙ୍କୁ SMS ଦ୍ବାରା ଜଣାଇ ଦିଆଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.