ନୂଆଦିଲ୍ଲୀ(ଓଡିଶା ସମାଚାର ନ୍ୟୁଜ): ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଆନ୍ଦୋଳନକାରୀ କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା କରିବାକୁ ଯୋଜନା କରିଥିବାବେଳେ ବୁଧବାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବେ | କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୫୪ ଦିନରେ ପହଞ୍ଚିଥିଲେ ମଧ୍ୟ କିଛି ସମାଧାନ ହୋଇପାରୁନି । ପୂର୍ବରୁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ଫଳାଫଳ ବାହାରି ପାରିନଥିଲା । ଏହାରି ମଧ୍ୟରେ ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ସୁପ୍ରିମକୋର୍ଟରେ ଣୁଣାଣି ଘୁଞ୍ଚିଛି । ସରକାରଙ୍କ ଆବେଦନ ଉପରେ ଘୁଞ୍ଚିଛି ଶୁଣାଣି । ଆସନ୍ତା ବୁଧବାର ଦିନ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
ତେବେ ସୁପ୍ରିମକୋର୍ଟଙ୍କ କହିବା ମୁତାବକ, ଟ୍ରାକ୍ଟର ମାର୍ଚ୍ଚ ନେଇ ପୋଲିସ ନିଷ୍ପତ୍ତି ନେଉ। ପୋଲିସ କ’ଣ କରିବ ତାହା କୋର୍ଟ କହିପାରିବ ନାହିଁ ।