ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି: ଦିଲ୍ଲୀ ହାଇକୋର୍ଟ।

ନୂଆଦିଲ୍ଲୀ(ଓଡିଶା ସମାଚାର ନ୍ୟୁଜ): ଯଦି ଆପଣ ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଗ୍ରହଣ କରିବାକୁ ଚାହୁଁନାହାନ୍ତି, ତେବେ ଏହି ଆପକୁ ବ୍ୟବହାର କରନ୍ତୁ ନାହିଁ। ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ଜଷ୍ଟିସ ସଞ୍ଜିବ ସଚଦେବା କହିଛନ୍ତି ଯେ,ଏହା ଏକ ବ୍ୟକ୍ତିଗତ ଆପ୍। ଏଥିରେ ଯୋଗ ଦିଅନ୍ତୁ ନାହିଁ । ଏହା ଏକ ସ୍ୱେଚ୍ଛାକୃତ ଜିନିଷ, ଏହାକୁ ଗ୍ରହଣ କରନ୍ତୁ ନାହିଁ। ଯଦି ଏହାର ନୂଆ ପ୍ରାଇଭେସି ପଲିସିକୁ ଆପଣ ସମର୍ଥନ କରୁନାହାନ୍ତି, ତେବେ ଅନ୍ୟ କିଛି ଆପ୍ ବ୍ୟବହାର କରନ୍ତୁ। ଯଦି ଆପଣ ଅଧିକାଂଶ ମୋବାଇଲ୍ ଆପ୍ସର ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ପଢ଼ିବେ, ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ଗୁଗୁଲ୍ ମ୍ୟାପ୍ ମଧ୍ୟ ଆପଣଙ୍କର ସମସ୍ତ ତଥ୍ୟ ଷ୍ଟୋର୍ କରି ରଖେ। ଏଭଳି ଅନେକ ଆପ ରହିଛି, ଯାହାର ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ନପଢ଼ି ଆପଣ ଏହାକୁ ଗ୍ରହଣ କରନ୍ତି। ଆଜି ଦାୟର ହୋଇଥିବା ଜନସ୍ବାର୍ଥ ମାମଲା (ପିଆଇଏଲ)ର ଶୁଣାଣି କରି ଏଭଳି ମତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ।

Leave A Reply

Your email address will not be published.