ବାଣୀବିହାର ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ:୫ ଆହତ

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ): ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଛାତ୍ରାବାସରେ ନିଜର ପତିଆରା ଓ ଦବଦବା ଜାହିର କରିବାକୁ ଛାତ୍ରଗୋଷ୍ଠୀ ମଧ୍ୟରେ ଦୀର୍ଘ ବର୍ଷ ଧରି ଛକାପଞ୍ଝା ଲାଗି ରହିଛି । ମାର୍‌ପିଟ୍‌, ହଣାକଟା ଆଉ ଗୋଷ୍ଠୀ ସଂଘର୍ଷର ଖବର ଅନେର ସମୟରେ ସାମ୍ୱାକୁ ଆସୁଛି। ଯାହାକୁ ନେଇ ପ୍ରତିବର୍ଷ ବାଣୀବିହାର କ୍ୟାମ୍ପସ୍‌ ଚର୍ଚ୍ଚାରେ ରହିଥାଏ । ବାଣୀବିହାର ବିଶ୍ୱବିଦ୍ୟାଳୟ ଖୋଲୁ ଖୋଲୁ ଦେଖାଦେଲାଣି ଛାତ୍ର ଅଶାନ୍ତି। କୋଭିଡ କଟକଣା ପରେ ଗତ ୧୧ ତାରିଖରେ ବିଶ୍ୱବିଦ୍ୟାଳୟ ଖୋଲିଥିବା ବେଳେ ନିମ୍ନମାନର ଖାଦ୍ୟ ଓ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ଛାତ୍ର ଗୋଷ୍ଠି। ଗୋପବନ୍ଧୁ ଛାତ୍ରାବାସ ନମ୍ବର ୱାନ୍‌ ସାମ୍ନାରେ ସୋମବାର ରାତି ସାଢ଼େ ୮ଟାରେ ୨ ଗୋଷ୍ଠୀର ଛାତ୍ରମାନେ ମାର୍‌ପିଟ୍‌ ଲାଗିଥିଲେ । ହଷ୍ଟେଲ ସାମ୍ନାରେ ଧସ୍ତାଧସ୍ତି ବି ଚାଲିଥିଲା । ଦୀର୍ଘ ଘଣ୍ଟାଏ ଧରି ଉତ୍ତେଜନା ଲାଗି ରହିଥିଲା । ଏଥିରେ ଦୁଇ ଗୋଷ୍ଠୀରୁ ୫ ଆହତ ହୋଇଥିବା ସୂଚନା ମିଳିଛି ।
ଗୋଟିଏ ଗୋଷ୍ଠୀ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରି ସେମାନଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଛାତ୍ର ଗୋଷ୍ଠୀ । ଏହା ପ୍ରତିବାଦରେ ଗୋଟିଏ ଗୋଷ୍ଠି ଗୋପବନ୍ଧୁ ହଷ୍ଟେଲ୍ ସାମ୍ନାରେ ଧାରଣାରେ ବି ବସିଥିଲେ ।

Leave A Reply

Your email address will not be published.