ଭାରତୀୟ ସେନା ଉପମୁଖ୍ୟ ହେବେ ଓଡ଼ିଆ ଅଧିକାରୀ

ନୂଆଦିଲ୍ଲୀ(ଓଡିଶା ସମାଚାର ନ୍ୟୁଜ): ଭାରତୀୟ ସେନାର ପରବର୍ତ୍ତୀ ଉପମୁଖ୍ୟ ହେବେ ଜଣେ ଓଡ଼ିଆ ଅଧିକାରୀ। ସେ ହେଉଛନ୍ତି ଚଣ୍ଡିପ୍ରସାଦ ମହାନ୍ତି। ଓଡ଼ିଶାର ଜଗତସିଂହପୁର ଜିଲା ଜୟବଡ଼ରେ ଜନ୍ମିତ ଲ୍ୟୁଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ବର୍ତ୍ତମାନ ସଦର୍ଣ୍ଣ କମାଣ୍ଡ୍‌ର କମାଣ୍ଡିଂ ଇନ୍‌ ଚିଫ ରହିଛନ୍ତି।

ବର୍ତ୍ତମାନ ସତିନ୍ଦର କୁମାର ସାଇନି ଭାରତୀୟ ସେନାର ଉପମୁଖ୍ୟ ଅଛନ୍ତି। ସେ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନରେ ଚଣ୍ଡିପ୍ରସାଦ ସେନା ଉପମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ସେ ପ୍ରଥମ ଓଡ଼ିଆ ଭାବେ ସେନାରେ ଏହି ପଦବୀ ଅଳଙ୍କୃତ କରିବାକୁ ଯାଉଛନ୍ତି, ଯାହା ଓଡ଼ିଶା ପାଇଁ ଗୌରବର ବିଷୟ।

Umasankar Adv
Leave A Reply

Your email address will not be published.