ପିପିଲି ଉପ-ନିର୍ବାଚନକୁ ମୁହଁ ଖୋଲିଛନ୍ତି ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ

ପିପିଲି (ଓଡିଶା ସମାଚାର ନ୍ୟୁଜ): ପିପିଲି ଉପ-ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଉପନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ଡଃ ପ୍ରତିଭା ମହାରଥୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ନିର୍ବାଚନ ଏକ ପିକ୍ରିୟା, ପ୍ରାର୍ଥୀ ସମ୍ପର୍କରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ । ମୋତେ ସୁଯୋଗ ମିଳିଲେ ମୁଁ ନିହାତି ଖୁସି ହେବି ।

gpkandhamal

ପିପିଲି ବିଧାନ ସଭା ନିର୍ବାଚନମଣ୍ଡଳଟି ଶାଶକ ବିଜେଡି ହାତରେ ଥିଲା। ପିପିଲିରୁ ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉକ୍ତ ଆସନଟି ଖାଲି ପଡ଼ିଛି।ବିଜେଡିର ଗଡ଼ କୁହାଯାଉଥିବା ପିପିଲି ବିଧାନସଭା କ୍ଷେତ୍ରରୁ ପ୍ରଦୀପ ମହାରଥୀ ୭ ଥର ବିଧାୟକ ଭାବେ ଜିତି ମନ୍ତ୍ରୀ ପଦ ବି ପାଇଥିଲେ। ତେବେ କରୋନାରେ ମୃତ୍ୟୁ ପରେ ପିପିଲିରେ ଉପନିର୍ବାଚନ ହେବାକୁ ଯାଉଛି। ତେବେ ବିଜେଡିରୁ ଏଠାରେ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚାରେ ଲାଗି ରହିଥିବା ବେଳେ ମହାରଥୀଙ୍କ ପରିବାର ସପକ୍ଷରେ ଅନୁକମ୍ପା ହାୱା ରହିଛି । ତେବେ ଦାବିଦାର ଓ ଯୋଗ୍ୟ ପ୍ରାର୍ଥୀ ଭାବେ ତାଙ୍କ ପରିବାରରୁ ୪ ଜଣଙ୍କ ନାମ ଉଠୁଥିଲ।

Umasankar Adv

ମହାରଥୀଙ୍କ ପତ୍ନୀ ପ୍ରତିଭା, ପୁଅ ରୁଦ୍ର ପ୍ରତାପ , ଝିଅ ପଲ୍ଲବୀ ଏବଂ ଜ୍ୱାଇଁ ଅର୍ଦ୍ଧେନ୍ଦୁଙ୍କର ନାମକୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା। ଏବେ ପ୍ରାର୍ଥୀପତ୍ରକୁ ନେଇ ମୁହଁ ଖୋଲିଛନ୍ତି ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ।

Leave A Reply

Your email address will not be published.