ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ): ଆଦିବାସୀ ମେଳା ଆସନ୍ତା ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ମେଳା ୨୬ ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ଏହି ମେଳା ୟୁନିଟ୍-୧ ସ୍ଥିତ ପ୍ରଦର୍ଶନୀ ପଡିଆରେ ହେବ । କୋଭିଡ କଟକଣା ମାନି ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଦିବାସୀ ମେଳାକୁ ଯିବା ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା ହୋଇଛି । ୨୩ ଜାନୁଆରୀରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ମେଳା ଚାଲିବ ।

Leave A Reply

Your email address will not be published.