କରୋନାକୁ ଦୃଷ୍ଟିରେ ରଖି ନିଜ ସ୍କୁଲ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଓଡିଶା ସମାଚାର ନ୍ୟୁଜ): ଏବର୍ଷ ଛାତ୍ରଛାତ୍ରୀ ନିଜ ସ୍କୁଲ୍‌ରେ ହିଁ ପରୀକ୍ଷା ଦେବେ। କରୋନାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ନିଜ ସ୍କୁଲ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ସ୍କୁଲ୍‌ରେ ପରୀକ୍ଷା ହେଲେ ରହିବା ଓ ଯାତାୟାତରେ ସମସ୍ୟା ଦେଖାଯାଇପାରେ। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

gpkandhamal

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ମ୍ୟାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରାଯାଇ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା କରାଯାଇଛି। ସେହିପରି ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରେ ପରୀକ୍ଷା ଦେଲେ ମଧ୍ୟ ସେହି ସ୍କୁଲ୍‌ର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ହୋଇପାରିବେ ନାହିଁ। ଅନ୍ୟ ସ୍କୁଲ୍‌ର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ।

Umasankar Adv

Leave A Reply

Your email address will not be published.