ଦେଶୀ ମାଛ ନାଁରେ ବିକ୍ରି ହେଉଛି ନକଲି ମାଛ

gpkandhamal

Umasankar Adv

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ): ରାଜଧାନୀ ମାର୍କେଟରେ ତେଲ, ସସ୍, ଆଚାର, ମସଲା ଭଳି ଖାଦ୍ୟ ସାମଗ୍ରୀ ନକଲି ସାମଗ୍ରୀ ହୋଇ ବିକ୍ରି ହେଉଥିବା ବେଳେ ଏବେ ବିକ୍ରି ହେଉଛି ନକଲି ମାଛ ।ମାନେ ଦାମୀ ପ୍ରଜାତିର ମାଛ ଭଳି ଦେଖାଯାଉଥିବା କମ୍ ଦାମୀ ପ୍ରଜାତିର ମାଛ ବଜାରରେ ବିକ୍ରି ହେଉଛି । ଆଉ ରାଜଧାନୀର ଆମିଷପ୍ରିୟ ଲୋକେ ଏହାକୁ ଜାଣି ପାରୁନାହାନ୍ତି । ଏଥିଯୋଗୁଁ ସେମାନେ ଠକାମୀର ଶିକାର ହେଉଛନ୍ତି । ପୋହଳା, ମାଗୁର, ମିରିକାଳି, ଖୁରାଣ୍ଟି ଭଳି ମାଛ ଆଉ ନଦୀ ପୋଖରୀରେ ବିଶେଷ ମିଳୁନାହିଁ । ଏହି ଦେଶୀ ମାଛଗୁଡ଼ିକର ପ୍ରବଳ ଚାହିଦା ଥିବା ବେଳେ ଏହା ବଜାରରେ ବିଶେଷ ନମିଳିବାରୁ ପୋହଳା ଭଳି ଦେଖାଯାଉଥିବା ମିରିକାଳି ଜାଁଳ ବିକ୍ରି କରାଯାଉଛି। ଆଫ୍ରିକାନ୍ କ୍ୟାଟ୍ ଫିସ୍ କୁ ମାଗୁର ବୋଲି କହି ବେପାରୀ ବିକ୍ରି କରୁଛନ୍ତି ।

Leave A Reply

Your email address will not be published.