ଏଏନଏମ କର୍ମୀମାନଙ୍କୁ ଧାରଣାସ୍ଥଳରୁ ଉଠାଇନେଲା ପୁଲିସ୍

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ): ଏଏନଏମ କର୍ମୀମାନଙ୍କୁ ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରୁ ପୁଲିସ୍ ଉଠାଇନେଇଥିବାର ଖବର ମିଳିଛି। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ ବଳପୂର୍ବକ ଉଠାଇ ନେଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ପୁଲିସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା।

ଏଏନଏମ୍ କର୍ମୀମାନେ ଏହି ସମୟରେ ସରକାରଙ୍କୁ ଚେତାବନୀ ଦେଇ ଘୋଷଣା କରିଥିଲେ ଯେ ସେମାନେ ଆନ୍ଦୋଳନରୁ ହଟିବେନି ଏବଂ ଆଗକୁ ଆହୁରି ଆନ୍ଦୋଳନ ଜୋରଦାର ହେବ। କେବଳ ସାଧାରଣତନ୍ତ୍ର ଦିବସକୁ ସମ୍ମାନ ଜଣାଇ ଉଠିଛନ୍ତି ବୋଲି ଏଏନଏମ କର୍ମୀମାନେ କହିଛନ୍ତି।

Umasankar Adv

ସୂଚନାଯୋଗ୍ୟ,  ଏହି ଏଏନଏମମାନଙ୍କୁ କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲରେ ରାଜ୍ୟ ସରକାର ଅସ୍ଥାୟୀ ନିଯୁକ୍ତି ଦେଇଥିଲେ। ତେବେ କୋଭିଡ୍ ସମୟରେ ସେମାନେ ନିରବଚ୍ଛିନ୍ନ ଭାବେ କାମ କରିଥିଲେ କିନ୍ତୁ ଏବେ ସେମାନଙ୍କୁ ଛଟେଇ କରାଯାଉଥିବାରୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରି ଗତ ନଭେମ୍ବର ୨୮ରୁ ଦିନରାତି ଆନ୍ଦୋଳନ ଚଲାଇ ଆସିଥିଲେ ।

Leave A Reply

Your email address will not be published.