ରାଜ୍ୟରେ୨୦ ଦିନରେ ବାତିଲ୍‌ ହେଲା ୪୨୬୭ଟି DL

ଭୁବନେଶ୍ୱର(ଓଡିଶା ସମାଚାର ନ୍ୟୁଜ‌): ରାଜ୍ୟରେ ଜାନୁଆରୀ ୧ରୁ ୨୧ ତାରିଖ ଭିତରେ ୪୨୬୭ଟି Driving License ୩ ମାସ ପାଇଁ ବାତିଲ ହୋଇଛି। ଦ୍ରୁତଗତି ଓ ସିଗ୍‌ନାଲ୍‌ ଭାଙ୍ଗିବା, ମଦ ପିଇ ଗାଡ଼ି ଚାଳନା ଓ ହେଲମେଟ୍‌ ନପିନ୍ଧିବା ଅଭିଯୋଗରେ ବାତିଲ କରାଯାଇଛି। ଏହାଛଡ଼ା ଓଭରଲୋଡ୍‌, ଗାଡ଼ି ଚାଳନା ବେଳେ ମୋବାଇଲ୍‌ ବ୍ୟବହାର, ଅଧିକ ଯାତ୍ରୀ ପରିବହନ ଯୋଗୁ ବାତିଲ କରାଯାଇଛି ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Leave A Reply

Your email address will not be published.