ନନ୍ଦନକାନନରେ ନୀଳଗାଈର ମୃତ:୨୧ରୁ ଊର୍ଦ୍ଧ୍ବ ପଶୁପକ୍ଷୀ ଅସୁସ୍ଥ

ବାରଙ୍ଗ(ଓଡିଶା ସମାଚାର ନ୍ୟୁଜ): ବାଜେଣୀ ପକ୍ଷୀ ପରେ ସମ୍ବର, ଧଳା ବାଲି ହରିଣ, ନାଲି ବାଘୁଣୀ ଆନିନ୍ ଓ ମାରମୋସେଟ୍‌ ମାଙ୍କଡ଼ ଶାବକର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନର ଆକର୍ଷଣ ସାଜିଥିବା ନୀଳଗାଈର ମୃତ୍ୟୁ ଘଟିଛି। ୨୧ରୁ ଊର୍ଦ୍ଧ୍ବ ପଶୁପକ୍ଷୀ ଅସୁସ୍ଥ ଅଛନ୍ତି। ଏହି ଘଟଣାକୁ ନେଇ ଉପନିର୍ଦେଶକଙ୍କ ଚିନ୍ତା ବଢ଼ିଯାଇଛି।

gpkandhamal


ପ୍ରାଣୀ ଉଦ୍ୟାନ ୬୭ନମ୍ବର (ଗ) ଖୁଆଡ଼ର ଏକ ସ୍ବତନ୍ନ କୋଠରିରେ ରହି ଚିକିତ୍ସିତ ହେଉଥିବା ଅଣ୍ଡିରା ନୀଳଗାଈର ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେବ ଚିକିତ୍ସାଧୀନ ଥିଲା। ୧୨ବର୍ଷର ଅଣ୍ଡିରା ନୀଳଗାଈ ୨୦୦୨ରେ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲା। ଯକ୍ଷ୍ମାରେ ପୀଡ଼ିତ ହେବା ସହ ବିଭିନ୍ନ ରୋଗ ଦେଖା ଦେବାରୁ ବନ୍ୟପ୍ରାଣୀ ଚିକିତ୍ସକ ତା’ର ଚିକିତ୍ସା କରୁଥିଲେ। ଦୁଇ ଦିନ ହେଲା ତା’ର ଖାଇବା କମିଯାଇଥିଲା। ସେ ଠିକ ରେ ଚଲାବୁଲା କରିପାରୁ ନ ଥିଲା। ଥଣ୍ଡା ଯୋଗୁଁ ପାଟିରୁ ନାଳ ଗଡ଼ିବା ସହ ସଂକ୍ରମିତ ହୋଇ ଆଜି ତା’ର ମୃତ୍ୟୁ ହୋଇଥିବା ଜନ୍ତୁ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଜନ୍ତୁ ବିଶେଷଜ୍ଞଙ୍କ ଦ୍ବାରା ମୃତଦେହ ବ୍ୟବଚ୍ଛେଦ କରାଯିବା ସହ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବର ବନ୍ୟଜନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ନୀଳଗାଈର ମୃତ୍ୟୁ ପରେ ସେମାନଙ୍କ ସଂଖ୍ୟା ୧୫କୁ ହ୍ରାସ ପାଇଛି

Umasankar Adv
Leave A Reply

Your email address will not be published.