ଆସନ୍ତାକାଲି ବରୁଣ ଓ ନତାଶାଙ୍କ ବିବାହ

ଆସନ୍ତାକାଲି ହାତକୁ ଦି ହାତ ହେବେ ବଲିଉଡର ବଦ୍ରିନାଥ। ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ଜୀବନର ସାଥୀ କରିବେ ଅଭିନେତା ବରୁଣ ଧୱନ । ଜାନୁଆରୀ ୨୪ ତାରିଖରେ ଅଲିବାଗର ସାସୱନେ ଅଞ୍ଚଳ ସ୍ଥିତ ‘ଦ ମେନସନ ହାଉସ’ର ଲଗଜୁରୀ ରିଜର୍ଟରେ ବରୁଣ ଓ ନତାଶାଙ୍କ ବିବାହ ହେବ। କରୋନାକୁ ଦୃଷ୍ଟିରେ ରଖି ଏହି ବିବାହରେ ମାତ୍ର ୪୦ ଜଣ ବନ୍ଧୁ ବାନ୍ଧବ ସାମିଲ ହେବେ । ତେବେ ବରୁଣଙ୍କ ବିବାହରେ ସାମିଲ ହେବାକୁ ଥିବା ସମସ୍ତ ବନ୍ଧୁ ବାନ୍ଧବ ଏବଂ ସମ୍ପର୍କୀୟଙ୍କ କରୋନା ଟେଷ୍ଟ କରାଯାଇଥିବା ଏକ ରିପୋର୍ଟରୁ ଜଣାପଡିଛି। କେବଳ ସେତିକି ନୁହେଁ ସୁରକ୍ଷା ପାଇଁ ନିୟୋଜିତ ଥିବା ୨୩ ଜଣ ବାଉଂସର ଏବଂ ସମସ୍ତ ଡ୍ରାଇଭରମାନଙ୍କ ମଧ୍ୟ କୋଭିଡ ଟେଷ୍ଟ କରାଯାଇଛି।

Leave A Reply

Your email address will not be published.