ବୌଦ୍ଧ(ଓଡିଶା ସମାଚାର ନ୍ୟୁଜ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମରୁ ବାହାରିଲା କାଗଜ ପେଷ୍ଟ ଥିବା ନୋଟ୍ । ନୋଟ୍ ଫେରସ୍ତ ନେବାକୁ ମନାକରିଦେଇଛି ବ୍ୟାଙ୍କ୍ । ଏମିତିରେ ଟଙ୍କା ଉଠାଇ ସମସ୍ୟାରେ ପଡିଛନ୍ତି ଜଣେ ଚାଷୀ ।
ସୂଚନା ଅନୁଯାୟୀ, କରଡାକୋଠା ଗ୍ରାମର ଜଗନ୍ନାଥ ବିଶି ନାମକ ଜଣେ ବ୍ୟକ୍ତି ଆଜି ଅପରାହ୍ନରେ ଚାରିଛକ ସ୍ଥିତ ଏସବିଆଇ ଏଟିଏମକୁ ୧୮ହଜାର ଟଙ୍କା ଉଠେଇବାକୁ ଯାଇଥିଲେ। ଏହି ସମୟରେ ଏଟିଏମରୁ ୫ଶହ ଟଙ୍କିଆ ୧୬ଟି ଚିରା ନୋଟ ୮ହଜାର ଟଙ୍କା ବାହାରିଥିଲା। ଜଗନ୍ନାଥ ସଙ୍ଗେ ସଙ୍ଗେ ଚାରିଛକ ସ୍ଥିତ ଏସବିଆଇ ବ୍ୟାଙ୍କରେ ଅଭିଯୋଗ କରିଥିଲେ। କ଼ିନ୍ତୁ ବ୍ୟାଙ୍କ କର୍ମଚାରୀ କ୍ୟାସିୟର ନାହାନ୍ତି ପରେ ଆସ କହି ଫେରାଇ ଦେଇଥିଲେ। ତେବେ ଏଭଳି କାଗଜ ପେଷ୍ଟ ଥିବା ନୋଟ୍ ଗୁଡିକ କିଭଳି ଏଟିଏମ୍ ମଧ୍ୟକୁ ଆସିଲା, କେମିତି ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏହା ଜାଣିପାରିଲେନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।