କୋଇଲା ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ

ରାୟଗଡା: ରାୟଗଡା ଜିଲ୍ଲା ଶେସଖାଲ ଥାନା ଅନ୍ତର୍ଗତ ପାରତାପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି।ଟ୍ରକଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡ଼ା ପଟକୁ ଆସୁଥିବା ବେଳେ ପ୍ରତାପପୁର ନିକଟରେ ନିଆଁ ଲାଗିଥିବା ଦେଖି ଡ୍ରାଇଭର ଘଟଣା ଘଟିବା ପରେ ଶେସଖାଲ ପୋଲିସକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

gpkandhamal

ଖବର ପାଇ ରାୟଗଡ଼ାରୁ ଅଗ୍ନିଶମ ବାହିନୀ ଓ ଶେଷଖାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହୁତହୁତ ହୋଇ ଜଳୁଥିବା ଟ୍ରକକୁ ଲିଭାଇବା ସହ ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡରେ କୋଇଲା ସମେତ ଟ୍ରକର ଅଧିକାଂଶ ଭାଗ ଜଳିଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣା ପଡ଼ିନାହିଁ । ଏହି ଘଟଣା କେହି ଆହତ ହେଇ ନଥିବା ବେଳେ ଶେସଖାଲ ପୋଲିସ ଘଟଣାର ତଦନ୍ତ କରୁଛି ।

Umasankar Adv
Leave A Reply

Your email address will not be published.