ଭୁବନେଶ୍ବରରେ ଆୟୋଜନ ହେଲା କାଇଟ୍ ଫେଷ୍ଟିଭାଲ୍

ଭୁବନେଶ୍ବର:‌ ଭୁବନେଶ୍ୱର ବରିମୁଣ୍ଡସ୍ଥିତ ବାଲିଯାତ୍ରା ପଡ଼ିଆରେ ରେଡ଼ିଓ ଚକଲେଟ ୧୦୪ ଏଫଏମ୍ ପକ୍ଷରୁ କାଇଟ ଫେଷ୍ଟିଭାଲ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ବିଧାୟକ (ଉତ୍ତର) ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାଲିଯାତ୍ରା କମିଟି ନିର୍ଦ୍ଦେଶକ ଜୀବନ କୁମାର ଗଡୁ ଯୋଗ ଦେଇଥିଲେ ।

gpkandhamal

‘ସମ୍ବାଦ ଗ୍ରୁପ୍’ର  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋପ ପାଇଯିବାକୁ ବସୁଥିବା ଗୁଡି ଉଡା ପର୍ବକୁ କେଉଁଭଳି ଲୋକାଭିମୁଖୀ କରାଯିବା ସହ ବ୍ୟାପକ କରାଯାଇପାରିବ ସେ ନେଇ ଉଦ୍ୟମ ହେବା ଉଚିତ ବୋଲି ମତ ଉପସ୍ଥାପନ କରିଥିଲେ । ଓଡ଼ିଶାରେ କାଇଟ ଫେଷ୍ଟିଭାଲକୁ ଅନ୍ତର୍ଜାତୀୟସ୍ତରର କରି ସ୍ୱତନ୍ତ୍ର ଭାବେ ପାଳନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।ପ୍ରାରମ୍ଭିକ ପର୍ଯ୍ୟାୟରେ ପାଖାପାଖି ଦଶ ହଜାର ଗୁଡି ବଣ୍ଟା ଯାଇଥିଲା । ଆଜି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଗୁଡି ଉଡାଇବା ସହ ଏହାକୁ ଉପଭୋଗ କରିଥିଲେ ।

Umasankar Adv

Leave A Reply

Your email address will not be published.