ଆଜିଠୁ ପୁଣି ସେବାୟତଙ୍କ କୋଭିଡ୍ ଟେଷ୍ଟ

ପୁରୀ: ଆସନ୍ତାକାଲିଠାରୁ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍‌ ଟେଷ୍ଟ କରାଯିବ। ପ୍ରତିଦିନ ୫୦ ସେବାୟତଙ୍କ ଆର୍‌ଟିପିସିଆର୍‌ ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାଣ୍ଡରୋଡର ଉତ୍କଳ ହିନ୍ଦି ବିଦ୍ୟାପୀଠରେ ହେବାକୁ ଥିବା ଏହି କୋଭିଡ୍ ଟେଷ୍ଟ ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

gpkandhamal

ପ୍ରାୟ ତିନି ହଜାର ସେବାୟତଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି। ସେପଟେ ଭକ୍ତଙ୍କ ଗହଳି ଯୋଗୁଁ ପ୍ରାଥମିକତା ଭିତ୍ତିରେ ସେବାୟତଙ୍କ ମାଗଣା ଟିକାକରଣ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ କିଛି ଦିନ ତଳେ ପ୍ରସ୍ତାବ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଏହାର ଉତ୍ତର ମିଳି ନଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ସୁରକ୍ଷା ପାଇଁ କୋଭିଡ୍ ଟେଷ୍ଟ କରିବାକୁ ପ୍ରୟାସ ଆରମ୍ଭ କରିଛି।

Umasankar Adv

ପ୍ରଥମେ ସୁଆର ଓ ମହାସୁଆରଙ୍କ କୋଭିଡ୍‌ ଟେଷ୍ଟ କରାଯିବ। ଏହାପରେ ପର୍ଯ୍ୟାୟକ୍ରମେ ଅନ୍ୟ ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।

Leave A Reply

Your email address will not be published.