ଫେବୃଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ

ଭୁବନେଶ୍ୱର,(ଓଡିଶା ସମାଚାର ନ୍ୟୁଜ‌): ଆସନ୍ତା ଫେବୃଆରୀ ମାସ ୧୪ ତାରିଖ ଠାରୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଫେବୃଆରୀ ୧୦ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ ୩ ଲକ୍ଷ ୫୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୨ ହଜାର ୩୫୧ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଡାଟାବେସ୍ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ରାତି ୧୨ଟା ପରେ ପଞ୍ଜୀକୃତଙ୍କ ସଂଖ୍ୟା ଜଣାପଡ଼ିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

gpkandhamal

Umasankar Adv
Leave A Reply

Your email address will not be published.