ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ବଂଚିବା ପାଇଁ ସଂଘର୍ଷ କରୁଛି ପୀଡିତା । ଏଭଳି ଏକ ଲଜ୍ଜାଜନକ ଖବର ଆସିଛି ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରୁ । ଅଭିଯୋଗ ଅନୁସାରେ ଜଣେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ୧୪ ବର୍ଷର ନାବାଳିକାକୁ ତାଙ୍କ ଗାଁର ଅଭୟ ଭୁୟାଁ ନାମକ ଯୁବକ ଅଶ୍ଳୀଳ ଇଙ୍ଗିତ କରି ଆସୁଥିଲା ।ଗତ ରବିବାର ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ଘରେ ପଶି ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଅଭୟ । ନାବାଳିକା ଜଣଙ୍କ ପ୍ରତିବାଦ କରିବାରୁ ଅଭିଯୁକ୍ତ ଅଭୟ ଏକ ପିଢ଼ା ସାହାଯ୍ୟରେ ନାବାଳିକାର ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା । ପ୍ରହାର ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକା ଜଣଙ୍କ ତଳେ ପଡିଯିବା ସହ ଚିତ୍କାର କରିଥିଲା । ହେଲେ ,ଘରେ କେହି ନଥିବାରୁ ଚିତ୍କାର କାହାକୁ ଶୁଭିନଥିଲା । ଦୀର୍ଘ ସମୟ ପଡି ରହିବା ପରେ, ପରିବାର ଲୋକ ପହଞ୍ଚି ପୀଡିତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ନାବାଳିକା ଜଣଙ୍କ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.