ପୁଣି ଲୋକସଭାରେ ଚର୍ଚ୍ଚାରେ ରହିଲେ ଆସିକା ସାଂସଦ ପ୍ରମିଳା ବିଷୋଇ । ଅଙ୍ଗନୱାର୍ଡୀ କର୍ମୀ ଓ ସାହାଯ୍ୟକାରୀଙ୍କ ମାସିକ ପାରିଶ୍ରମିକ ଅତି କମରେ ସର୍ବନିମ୍ନ ମଜୁରୀ ନିଶ୍ଚିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି ପ୍ରମିଳା । ସମାଜରେ ଲିଙ୍ଗଗତ ସମାନତା ହାସଲ ପାଇଁ ମହିଳାମାନଙ୍କର ଅର୍ଥିକ ସଶକ୍ତିକରଣ ଓ ସ୍ଥାୟୀ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।ସାମଗ୍ରିକ ଭାବେ ଅର୍ଥନୀତିର ବିକାଶରେ ମହିଳାମାନେ ପ୍ରମୁଖ ଯୋଗଦାନ କରନ୍ତି । ପ୍ରାକୃତିକ ସମ୍ପଦର ପରିଚାଳନା, ସଫଳ ଉଦ୍ୟୋଗୀ ଭାବରେ ଓ ସେବା ପ୍ରଦାନକାରୀ ଭାବେ ମହିଳାଙ୍କ ଅବଦାନ ଅତୁଳନୀୟ ଅଟେ । ବିଶ୍ୱସ୍ତରରେ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଦୁଇ ଦଶମିକ ଛଅ ପ୍ରତିଶତ ଅଧିକ ଅନାଦାୟ ଯତ୍ନ ଓ ଘରୋଇ କାର୍ଯ୍ୟ କରିଥାନ୍ତି । ମହିଳାମାନେ ଆହୁରି ସଶକ୍ତିକରଣ ହେଲେ ପରିବାର, ସମ୍ପଦାୟ ଓ ଦେଶରେ ଏକ ସୁସ୍ଥ ସମାଜର ଗଠନ ହୋଇପାରିବ ବୋଲି କହିଥିଲେ ପ୍ରମିଳା ।