ରସୁଲଗଡ଼ ବଚନସୁଧା ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇଲେ କୋର୍ଟ । ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ରାୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ । ୨୦୧୩ ମସିହା ଅଗଷ୍ଟ ୧୧ ତାରିଖରେ ବଚନସୁଧା ପଟ୍ଟନାୟକଙ୍କୁ ବିଭତ୍ସ ହତ୍ୟା କରିଥିଲା ସିକ୍ୟୁରିଟି ଗାର୍ଡ ଦୀପ୍ତି ରଞ୍ଜନ ପଟ୍ଟନାୟକ । ହତ୍ୟାକାରୀ ନାମରେ ୩୦୨, ୪୫୪, ୩୯୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା ।୧୮ ଜଣ ସାକ୍ଷ୍ୟ, ପ୍ରମାଣ ସହ ଘଟଣାସ୍ଥଳରୁ ମିଳିଥିବା ୪୮ଟି ସାମଗ୍ରୀକୁ ଅନୁଧ୍ୟାନ କରି କୋର୍ଟ ହତ୍ୟାକାରୀ ଦୀପ୍ତିଙ୍କୁ ଆଜୀବନ କାରାଦଣ୍ଡ ସଜା ଦେଇଛନ୍ତି । ହତ୍ୟା ପଛରେ ଚୋରି କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସରକାରୀ ଓକିଲ କୋର୍ଟରେ ପ୍ରମାଣ ଦାଖଲ କରିଛନ୍ତି । ହତ୍ୟା ପରେ ବଚନସୁଧାଙ୍କ ସୁନା ଚେନକୁ ତାଙ୍କ ପ୍ରେମିକାକୁ ଗିଫ୍ଟ ଦେଇଥିଲା । ହତ୍ୟାକାଣ୍ଡର ୮ ବର୍ଷ ପରେ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।