ସର୍ବଦଳୀୟ ବୈଠକ ସଫଳ

୬ ଦିନ ଧରି ବିଧାନସଭାରେ ଚାଲିଥିବା ଘମାସାନ ଶାନ୍ତ ପଡ଼ିଛି । ସଫଳ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବସିଥିବା ସର୍ବଦଳୀୟ ବୈଠକ । ଏହା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି । ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ଶୁକ୍ରବାର ଦିନ ୧୧ଟା ୩୦ରେ ଗୃହରେ ବିବୃତି ରଖିବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମଣ୍ଡିରେ ଧାନ କିଣା ସ୍ଥିତି ନେଇ ମନ୍ତ୍ରୀ ଗୃହକୁ ଅବଗତ କରାଇବେ । ଅନ୍ୟପଟେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ବିଜେଡି ଆଣିଥିବା ଅଭିଯୋଗ ସ୍ୱାଧିକାର କମିଟିକୁ ପଠାଯାଇଛି ।ମଣ୍ଡିରେ ଧାନ କିଣା ଅବ୍ୟବସ୍ଥା ଓ ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକ ଏବଂ ସାନିଟାଇଜର୍ ପିଇବା ଉଦ୍ୟମକୁ ନେଇ ବିଧାନସବା ଚାଲି ପାରୁନଥିଲା । ନିଜ ନିଜ ଦାବିରେ ଅଟଳ ରହିଥିଲେ ଶାସକ ଓ ବିରୋଧୀ । ଏନେଇ ବିଜେଡି ବିଧାୟକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ।

Leave A Reply

Your email address will not be published.