ଆମେ ଏବେ ପୂର୍ବ ସ୍ଥିତିକୁ ଫେରୁଛନ୍ତି

 ସମଗ୍ର ଦେଶରେ କରୋନା ଏବେ ବେକାବୁ ସ୍ଥିତିରେ ପହଞ୍ଚିଥିବା ବେଳେ ଦୈନିକ ୮୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପୂର୍ବରୁ କରୋନା ପିକ୍‌ରେ ଥିବା ବେଳେ ଦୈନିକ ୯୬ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ତେଣୁ ଆମେ ଏବେ ପୂର୍ବ ସ୍ଥିତିକୁ ଫେରୁଛେ। ତେଣୁ ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି କ୍ୟାବିନେଟ ସଚିବଙ୍କ ସହ କରୋନା ସ୍ଥିତି ସମକ୍ଷା ପରେ ଏପରି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

gpkandhamal

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, “ରାଜ୍ୟରେ ଏବେ କରୋନାର ଦୈନିକ ସଂକ୍ରମଣ ୫୦୦ ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ନିମନ୍ତେ କୋଭିଡ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ୱାର୍ଡ ଓ ଅଧିକ ଡାକ୍ତର ପଠାଇବା ନିମନ୍ତେ ବ୍ୟବସ୍ଥା କରିବାକୁ   କୁହାଯାଇଛି। ଏବେ ସଂକ୍ରମିତ ଅଧିକ ହେଉଥିଲେ ବି କମ୍‌ ଲୋକଙ୍କୁ ହସ୍ପିଟାଲ ଦରକାର ପଡୁଛି। ହସ୍ପିଟାଲରେ ଅଧିକ ସଂଖ୍ୟକ ବେଡ୍ ରହିଛି, ଭୟ କରିବାର କାରଣ ନାହିଁ। ଲୋକଙ୍କୁ ସଚେତନ କରାଯିବ, ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ।”

Umasankar Adv
Leave A Reply

Your email address will not be published.