କ୍ରିକେଟ ବଢ଼ାଇଲା ସଂକ୍ରମଣ

କ୍ରିକେଟ ଖେଳ ବଢ଼ାଇଲା ସଂକ୍ରମଣ। ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆସିବା ସହ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ମୁହାଁ ହୋଇଛି। ମୁଖ୍ୟତଃ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ରାଜ୍ୟ ସରକାରଙ୍କ ଚିନ୍ତାକୁ ବଢ଼ାଇ ଦେଇଛନ୍ତି। ଛତିଶଗଡ଼ରେ ହୋଇଥିବା ଆଇପିଏଲ୍‌ ମ୍ୟାଚ ସଂକ୍ରମଣକୁ ଅଧିକ ବଢ଼ାଇଛି। ହେଲେ ସୀମା ସିଲ୍ ସମାଧାନ ନୁହେଁ, ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

gpkandhamal

ଏନେଇ  ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି,  “ ସ୍ଥିତି ଉପରେ ନଜର ରଖାଯାଇଛି। ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଅଧିକ ସଂକ୍ରମିତ ଚିହ୍ନଟ ହେଲେ କଣ୍ଟେନମେଣ୍ଟ କରାଯାଉଛି। ନୂଆପଡ଼ା ଓ କଳାହାଣ୍ଡି ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଛତିଶଗଡ଼ରେ ହୋଇଥିବା ଆଇପିଏଲ୍‌ ମ୍ୟାଚ ଦେଖିବାକୁ ବିଭିନ୍ନ ଅଞ୍ଚଳର ଲୋକ ଏକତ୍ରିତ ହୋଇଥିଲେ। ତେଣୁ ସେଠାରୁ ମହାମାରୀ ସଂକ୍ରମଣ ଅଧିକ ବଢ଼ିଥିବା ଅନୁମାନ କରାଯାଉଛି। କଳହାଣ୍ଡି, ନୂଆପଡ଼ାକୁ ଛତିଶଗଡ଼ରୁ ଆସୁଥିବା ଲୋକଙ୍କୁ ଟେଷ୍ଟିଂ ପାଇଁ କୁହାଯାଇଛି।”

Umasankar Adv
Leave A Reply

Your email address will not be published.