ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ । ୪ ଜଣଙ୍କ ମୃତ୍ୟୁ

ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ୫ ଟି ଜିଲ୍ଲାର ୪୪ ଟି ଆସନ ପାଇଁ ମତଦାନ ହେଉଛି । ହେଲେ ଭୋଟ ଗ୍ରହଣ ଚାଲିଥିବା ବେଳେ ବିଭିନ୍ନ ବୁଥ୍ ରୁ ହିଂସାର ଖବର ଆସୁଛି । କୁଚବିହାରର ସୀତାଲକୁଚି ଠାରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି । ଏହି ହିଂସାକୁ ରୋକିବାକୁ ଯାଇ ପୋଲିସ ଗୁଳିରେ ୪ ଜଣ ଲୋକଙ୍କର ଜୀବନ ଯାଇଛି ।
ସୂଚନା ମୁତାବକ ସକାଳ ୧୦ ଟାରେ ସୀତାଲକୁଚି ଠାରେ କ୍ୱିକ୍ ରେସ୍ପନ୍ସ ଟିମ୍ ବୁଥ ନିକରେ ଜଗିଥିବା ବେଳେ ସ୍ଥାନୀୟ କିଛି ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏହାକୁ କ୍ୱିକ ରେସ୍ପନ୍ସ ଟିମ୍ ଆୟତ କରିବାକୁ ଚେଷ୍ଟା କରୁଥିବା ବେଳେ ଉଭୟଦଳର ସମର୍ଥକ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହାସହ କ୍ୱିକ୍ ରେସ୍ପନ୍ସ ଟିମ୍ ର ଗାଡିକୁ ବି ଭଙ୍ଗାରୋଜା କରିଥିଲେ । ଏହାକୁ ଦମନ କରିବାକୁ ଯାଇ କ୍ୱିକ୍ ରେସ୍ପନ୍ସ ଟିମ୍ ତରଫରୁ ଗୁଳିଚାଳନା କରାଯାଇଥିଲା । ଏଥିରେ ୪ ଜଣ ଲୋକଙ୍କର ଜୀବନ ଯାଇଥିବା କୁହାଯାଇଛି । ଏନେଇ ଟିଏମସି ଦାବି କରିଛି କି ଏହି ଗୁଳିଚାଳନା ଫଳରେ ମୃତ୍ୟୁ ହୋଇଥିବା ୪ ଜଣ ଯାକ ଟିଏମସି କର୍ମୀ 

Leave A Reply

Your email address will not be published.