ନାଗପୁର କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ସାରାଦେଶରେ କରୋନାର ଲହର ଚାଲିଛି । ଏହାରି ଭିତରେ ଦେଶରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ଅଧାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି । ଏହାକୁ ନେଇ ମହାରାଷ୍ଟ୍ର ସରକାର ଚିନ୍ତାରେ ଥିବା ବେଳେ ଠିକ୍ ଏହି ସମୟରେ ଦଇବ ଦାଉ ସାଧୁଛି । ମହାରାଷ୍ଟ୍ର ନାଗପୁରରେ ଥିବା ଏକ କୋଭିଡ-୧୯ ହସ୍ପିଟାଲରେ ନିଆଁଲାଗି ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

gpkandhamal

ସୂଚନା ମୁତାବକ ମହାରାଷ୍ଟ୍ର ନାଗପୁର ସ୍ଥିତ ୱାଡି ଅଞ୍ଚଳରେ ଥିବା ଏକ କୋଭିଡ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଶୁକ୍ରବାର ବିଳମ୍ବିତ ରାତିରେ ଲାଗିଥିବା ସୂଚନା ମିଳିଛି । ଫଳରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ହୋଇଛନ୍ତି । ଅନ୍ୟପଟେ ୨୭ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

Umasankar Adv
Leave A Reply

Your email address will not be published.