ସୁନ୍ଦରଗଡ ତଳସାରା ଥାନା ଭାଟିପଡାରେ ଅଘଟଣ

ସ୍ତ୍ରୀର ଲୁହା ରଡ଼ ମାଡ଼ରେ ସ୍ୱାମୀ ମୃତ । ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡ଼ା ଠାରେ ପାରିବାରିକ କଳହରୁ ସ୍ତ୍ରୀର ମାଡ଼ରେ ସ୍ୱାମୀର ମୃତ୍ୟୁ ହୋଇଛି । ସ୍ୱାମୀ ଏକ ବେସରକାରୀ କମ୍ପାନୀରେ କାମ କରୁଥିବା ବେଳେ କରୋନା କାରଣରୁ ଗାଁରେ ଆସି ରହୁଥିଲେ  ।ଅନେକ ସମୟରେ ମଦ ପିଇ ଆସି ସ୍ତ୍ରୀ ସହ ଝଗଡ଼ା କରୁଥିଲେ ସ୍ୱାମୀ । ଗତକାଲି ସ୍ତ୍ରୀର ଦୁଇଟି ଫୋନ ଛଡ଼ାଇନେଇଥିଲେ ସ୍ୱାମୀ । ଏହା ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀ ଉତ୍ୟକ୍ତ ହୋଇ ଏକ ଲୁହା ରଡ଼ରେ ପ୍ରକାଶର ମୁଣ୍ଡକୁ ଜୋରରେ ପିଟିଦେଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ସ୍ତ୍ରୀକୁ ପଚରା ଉଚରା କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.