ହାଇଦର ସହଯୋଗୀର ଆତ୍ମ ସମର୍ପଣ

କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ସେକ୍ ହାଇଦର୍ ଏସ୍‌ସିବି ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ହସ୍ପିଟାଲ୍‌ର ପହରା ବ୍ୟବସ୍ଥାକୁ ଚକ୍‌ମା ଦେଇ ଗତକାଲି ଫେରାର୍ ହୋଇଯାଇଥିବା ବେଳେ ଆଜି ଗ୍ୟାଙ୍ଗଷ୍ଟାର ହାଇଦର ସହଯୋଗୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ହାଇଦର ସହଯୋଗୀ ସଲୁ ଓରଫ ୟାକୁବର ଆତ୍ମସମର୍ପଣ କରିଥିବା ଜଣାପଡିଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ । ଏସସିବିରେ ହାଇଦରକୁ ବିରିୟାନୀ ଦେଇଥିଲା ୟାକୁବ । ଏହି ଘଟଣାରେ ମଧ୍ୟ ୬ଜଣ ସୁରକ୍ଷାଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ବିଭାଗୀୟ ତଦନ୍ତ ପରେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ ନିଲମ୍ବିତ ହେବା ସହ ଓ ୫ କନେଷ୍ଟବଳ (ବୁଲବୁଲ୍ ସାହୁ, ଦୀପକ ସାହୁ ,ମହମ୍ମଦ ମୌସିମ୍‌,ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝି)ନିଲମ୍ବିତ ହୋଇଛନ୍ତି ବୋଲି ସମ୍ବଲପୁର ଏସପି ସୁଚନା ଦେଇଛନ୍ତି । ତେବେ ତଦନ୍ତ ପରେ ଯଦି ଜେଲ୍ କତ୍ତୁପକ୍ଷଙ୍କ କିଛି ତୃଟି ଥାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜେଲ୍ ଡ଼ିଆଇଜି ଶୁଭକାନ୍ତ ମିଶ୍ର

Leave A Reply

Your email address will not be published.