କେନ୍ଦ୍ରକୁ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ନିବେଦନ

ଦିଲ୍ଲୀରେ ଉଦ୍‌ବେଗଜନକ ଭାବେ କରୋନାଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ କେତେଗୁଡ଼ିଏ ନୂତନ କଟକଣା ଜାରି କରିବାର ଦିନକ ପରେ ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

gpkandhamal

ଦିଲ୍ଲୀରେ ଏବେ ବଢ଼ି ଚାଲିଥିବା ସଂକ୍ରମଣ ହାର ତୃତୀୟ ପ୍ରବାହ ସମୟର ସର୍ବାଧିକ ସଂକ୍ରମଣ ହାର ଠାରୁ ଅଧିକ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାମାରୀ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସମାଧାନ ନୁହେଁ।ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ କହିଛନ୍ତି, କେନ୍ଦ୍ର ସରକାର ସବୁ ବୟସବର୍ଗଙ୍କ ନିମନ୍ତେ ଟିକାକରଣ ଉନ୍ମୁକ୍ତ କରିଦେବା ଉଚିତ। କରୋନାଭାଇରସ୍‌ ଚକ୍ର ଭାଙ୍ଗିବା ପାଇଁ ୪୫ରୁ କମ୍‌ ବର୍ଷ ବୟସର ଲୋକମାନଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ।

Umasankar Adv
Leave A Reply

Your email address will not be published.