ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କଡ଼ାକଡ଼ି ଯାଂଚ

କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟାନକ ଥିବା ବେଳେ କରୋନା କଟକଣା ପାଇଁ ଆଜି ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ କଡ଼ାକଡ଼ି ଭାବେ ଚେକିଂ କରାଯାଉଛି । ଯେଉଁମାନଙ୍କ ଶରୀରର ତାପମାତ୍ରା ଅଧିକ ଥିବ ସେମାନଙ୍କର ଆଂଟିଜେନ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ଷ୍ଟେସନରେ ବିଏମସିର ସ୍ୱତନ୍ତ୍ର ଟିମ୍ ସ୍କ୍ରିନଂ କରୁଛନ୍ତି । ଫଳରେ ଆରଟିପିସିଆର ନେଗେଟିଭ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ସାର୍ଟିଫିକେଟ ଯାତ୍ରୀମାନେ ଆଣିବା ଆବଶ୍ୟକ । ସୁଚନା ଅନୁସାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ରାଜ୍ୟରୁ ୧୭୪୧ କରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି ଏବଂ ଖୋର୍ଦ୍ଧାରୁ ୨୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.