ନୟାଗଡ ଷ୍ଟେସନରେ ମଦ୍ୟପଙ୍କ ଗୁଣ୍ଡାଗିରି

ଗତକାଲି ରାତିରେ ନୟାଗଡ଼ ରେଳ ଷ୍ଟେସନରେ ମଦ୍ୟପଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଷ୍ଟେସନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଥିଲେ । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପୋଡ଼ି ଦେଇଥିବା ବେଳେ ଆସବାବପତ୍ର ନଷ୍ଟ କରିଦେଇଛନ୍ତି ।

gpkandhamal

ଏହାକୁ ଷ୍ଟେସନ ମାଷ୍ଟର ବିରୋଧ କରିବାକୁ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ମଦ୍ୟପ ମାନେ । ଏନେଇ ଟାଉନ ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଷ୍ଟେସନ ମ୍ୟାନେଜର ।

Umasankar Adv

ଏହି ଘଟଣାରେ ପୋଲିସ୍ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟମାନେ ଫେରାର୍ ଅଛନ୍ତି । ଟାଉନ୍ ଥାନା ପୋଲିସ ଏବଂ ଖୋର୍ଦ୍ଧା ରୋଡରୁ ଆରପିଏଫ୍ ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି । 

Leave A Reply

Your email address will not be published.