ପୁଣି ତେଜୁଛି ବହୁ ଚର୍ଚ୍ଚିତ ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ । ବହୁ ବାଦ ବିବାଦ ପରେ ବି ଥମିବାର ନା ଧରୁନି ଦୁହିଁଙ୍କ ମଧ୍ୟରେ ଏ ପାରିବାରିକ କଳହ ।
ସୂଚନା ଅନୁସାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ନିଜ ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପୂର୍ବରୁ ପାରିବାରିକ ହିଂସାର ଅଭିଯୋଗ ଆଣିବା ପରେପୁରା ରାଜ୍ୟରେ ଦୁହିଁଙ୍କ ବିବାଦ ଚର୍ଚ୍ଚିତ ହୋଇଛି । ଏହାପରେ ଗୋଟିଏ ପରେ ଗୋଟିଏ ଶୁଣାଣୀ ଚାଲିଛି ମାତ୍ର ସମାଧାନ ହୋଇ ପାରୁନି ଏହି ବିବାଦ ।
ପୂର୍ବରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ଏସଡିଜିଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ସେ ଘରୋଇ ହିଂସାର ଶିକାର ହେଉଥିବା ଅଭିଯୋଗ କରିଥିଲେ ଏହାପରେ ପୁଣି ଆଉ ଏକ ହିଂସା ବା ବାରମ୍ବାର ହିଂସା ର ଅଭିଯୋଗ କରିଥିଲେ ଏବଂ ଏହି ଦୁଇଟି ଯାକ ପିଟିସନ୍ କୁ ଏକାଠି କରି ମାମଲାର ଶୁଣାଣୀ କରିବାକୁ ଆବେଦନ କରିଥିଲେ ଓ ଏସଡିଏମ୍ କୋର୍ଟ ଏହାକୁ ଗ୍ରହଣ ମଧ୍ୟ କରିଥିଲେ ।
ଅନ୍ୟପଟେ କିନ୍ତୁ କୋର୍ଟଙ୍କ ଏହି ରାୟ କୁ ଚ୍ୟାଲେଞ୍ଜ କରି ସାଂସଦ ଅନୁଭବ ମହାନ୍ତି ଆଜି ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।