ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆଜି କୋଲକାତା ସ୍ଥିତ ଗନ୍ଧି ମୁର୍ତୀ ନିକଟରେ ଧାରଣାରେ ବସିଛନ୍ତି । ଗତ କାଲି ନିର୍ବାଚନ କମିଶନଙ୍କ ଦ୍ୱାରା ତାଙ୍କ ଉପରେ ଲଗାଯାଇଥିବା ୨୪ ଘଣ୍ଟିଆ ରୋକ ବିରୋଧ କରି ଦାରଣାରେ ବସିଛନ୍ତି । ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର ମସମୟରେ କେନ୍ଦ୍ରୟ ଫୋର୍ସ ଏବଂ ଜାତିବାଦ ଭୋଟକୁ ନେଇ ତାଙ୍କର ଆକ୍ଷେପ ପାଇଁ ନିର୍ବାଚନ କମିଶନ ତାଙ୍କୁ ଗତ କାଲି ସଂନ୍ଧ୍ୟ ୮ରୁ ଆଜି ୮ ପର୍ଯ୍ୟନ୍ତ ୨୪ ଘଣ୍ଟା ତାଙ୍କର ନିର୍ବାଚଣି ପ୍ରଚାର ଉପରେ ରୋକ ଲଗାଇଥିଲା । ତେବେ ଏହି ସମୟରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ନିର୍ବାାଚନୀ ରାଲି ଆୟୋଜନ କରୁଥିବା ବେଳେ ମମତାଙ୍କ ଉପରେ ରୋକ ଲାଗିବାକୁ ନେଇ ଦୁଇ ଦଳ ମଧ୍ୟରେ ବିଭିନ୍ନ ମତାମତ ପ୍ରକାଶ ପାଇଛି ।