ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିଲା । କିନ୍ତୁ ହଠାତ ଗତକାଲି ଏକ ଦୁଃଖଦ ଘଟଣା ଘଟିଛି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ପରେ ରିଟର୍ଣ୍ଣିଂ ଅଫିସରଙ୍କ ପାୱାର ବଳରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ନିର୍ବାଚନ କମିଶନ ସାନି ତାରିଖ ଘୋଷଣା କରିବେ ।

ତେବେ ପିପିଲି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନ୍ୟ ସଦସ୍ୟଙ୍କର ପ୍ରାର୍ଥୀପତ୍ର କାଏମ ରିହିବା ବେଳେ କଂଗ୍ରେସ ପାଇଁ ନୂତନ ପ୍ରର୍ଥୀ ଦେବାକୁ ସୁଯୋଗ ମିଳିବ । ନିର୍ବାଚନ କମିଶନ ଯେଉଁ ଦିନ ତାରିଖ ଘୋଷଣା କରିବେ ତାହାର 7 ଦିନ ଭିତରେ ନୋମିନେଶନ ଫାଇଲ ହେବ । ଯେଉଁ ପ୍ରକ୍ରିୟା ରହିଛି ସେହି ଅନୁସାରେ ନିର୍ବାଚନ ହେବ । ଅତିକମରେ କଂଗ୍ରେସ ପ୍ରାଥିଙ୍କୁ ପ୍ରଚାର କରିବା ପାଇଁ 15 ଦିନ ସୁଯୋଗ ଦିଆଯିବ । କେବଳ ଜାତୀୟ କଂଗ୍ରେସ ପ୍ରାଥି ହିଁ ନୋମିନେଶନ ଫାଇଲ ପାରିବେ ।

Umasankar Adv
gpkandhamal

ଆମେ ଗତକାଲି ପ୍ରାଥିଙ୍କ ମୃତ୍ୟୁ ଖବର ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦେଇଛୁ । ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ନିର୍ଦେଶକୁ ଅପେକ୍ଷା କରିଛୁ । ଯେବେ ବି ତାରିଖ ଘୋଷଣା ହେବ ତାହା ପରେ ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ କମିଶନର ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି  ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା 17 ତାରିଖରେ ପିପିଲି ଆସନ ପାଇଁ ନିର୍ବାଚନ ହୋଇଥାନ୍ତା । ଆଉ ମାତ୍ର 2 ଦିନ ବାକିଥିଲା । ଗତକାଲି ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମୃତ୍ୟୁବରଣ କରିଛନ୍ତ । ପ୍ରଚାର ବେଳେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ ।

Leave A Reply

Your email address will not be published.