ଶ୍ରୀମନ୍ଦିର ପରିଷରରେ ଖୋଲିଲା ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ର ଅଗଣିତ ଭକ୍ତ, ସେବାୟତ ଓ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ଖୋଲାଯାଇଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର କା କାର୍ଯ୍ୟ ଆରମ୍ଭ କରିଛି । ଦର୍ଶନ ନିମନ୍ତେ ଆସିଥିବା ଦୁଇ ଜଣ ବୟୋଜ୍ୟେଷ୍ଠ ଭକ୍ତଙ୍କ ଦ୍ଵାରା ଏହି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଦର୍ଶନ ପାଇଁ ଆସିଥିବା ଦୁଇଜଣ ବୟୋଜ୍ୟେଷ୍ଠ ଭକ୍ତ କଟକ ବଡ଼ମ୍ବାସ୍ଥିତ ଝଜିଆ ଗାଁ’ର ମାଟିଆ ସ୍ୱାଇଁ ଓ ପୁରୀ ଜିଲ୍ଲା ସାତପଡ଼ା ଆଳୁପାଟଣା ଗାଁ’ର ରାଜୁ ଜେନା ରିବନ ଫିତା କାଟି ଏହି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଶୁଭାରମ୍ଭ କରିଛନ୍ତି ।

gpkandhamal

ଏଠାରେ ସକାଳ ୬ରୁ ରାତି ୧୦ଟା ଫର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ବୋଲି ସୂଚନା ଦିଆଯାଇଛି । ଏଠାରେ ଦର୍ଶନ କରିବାକୁ ଆସିଥିବା ଭକ୍ତମାନଙ୍କ ସହିତ ମନ୍ଦିର ପୁଜାରୀ ଓ କାର୍ଯ୍ୟକର୍ତାଙ୍କ ନିମନ୍ତେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ । ସକ୍ଟାପଣଯର୍ଣ ସ୍ଥୀତିରେ ରୋଗିଙ୍କୁ ପ୍ରମୁଖ ଡାକ୍ତରଖାନା ନିଆଯିବା ଲାଗି ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି ।

Umasankar Adv
Leave A Reply

Your email address will not be published.