ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ

ଭୁବନେଶ୍ବର ହାୱଡା ଅଭିମୁଖେ ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣାପଡିଛି । ମାର୍କୋଣା ଷ୍ଟେସନରେ ଏକ ବଗିରେ ନିଆଁ ଲାଗିଥିବା ଜଣାପଡିଛି । ଯାହା ଫଳରେ ସୋର ରେଳ ଷ୍ଟେସନରେ 15 ମିନଟ ଟ୍ରେନ ଅଟକିଥିଲା ।  

gpkandhamal

ସୂଚନାନୁସାରେ, ଆଜି ଜନଶତାବ୍ଦୀ ଟ୍ରେନର ବଗି ନଂ ଡି-6 କୋଚରୁ ଧୁଆଁ ବହାରୁଥିବା ଦେଖିବାକୁ ମିଳିଥିଲା । ବଗିର ବାଥରୁମରେ ନିଆଁ ଲାଗିବା ସହିତ ଧୁଆଁ ଯୋର ବାହାରଥିବା ଯୋଗୁ ମାର୍କୋଣା ଷ୍ଟେସନର ରେଳ କର୍ମଚାରୀ ସୋର ଷ୍ଟେସନକୁ ଖବର ଦେଇଥିଲେ। ସୋର ରେଳ ଷ୍ଟେସନରେ ନିଆଁ ଆୟତ୍ତ କରିବା ସହିତ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୋର ରେଳ ଷ୍ଟସନମାଷ୍ଟର ସୂଚନା ଦେଇଛନ୍ତି ।

Umasankar Adv
Leave A Reply

Your email address will not be published.