ମୁମ୍ବାଇ ଭଳି ଦିଲ୍ଲୀରେ ଲାଗିପାରେ ପ୍ରତିବନ୍ଧକ

ରାଜଧାନୀ ଦିଲ୍ଲୀ ବର୍ତ୍ତମାନ କରୋନା ମହାମାରୀର ସଙ୍କଟ ଦେଇ ଗତି କରୁଛି ।  ଦିଲ୍ଲୀରେ କରୋନା ମାମଲାର ଗତି ଏତେ ଅଧିକ ହୋଇଛି ପ୍ରାବସୀ ଲୋକମାନେ ଘରକୁ ଫେରିବା କଥା ଚିନ୍ତା କରିଲେଣି । ପୁଣିଥରେ ତାଲାବନ୍ଦ ଭୟ ମଧ୍ୟ ଲୋକଙ୍କୁ ଲାଗିଲାଣି । ଅନେକ ସ୍ଥାନରେ ଲୋକଙ୍କୁ ଯେତେ ସଚେତନ କରିଲେ ମଧ୍ୟ ମାସ୍କ ପିନ୍ଧୁ ନଥିବା କଥା ସମ୍ନାକୁ ଆସୁଛି । ସେପଟେ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଆବଶ୍ୟକ ବେଡ ମଧ୍ୟ ଡାକ୍ତରଖାନା ଗୁଡିକରେ ନଥିବା ଜଣାପଡୁଛି । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରବାଲ ଏବଂ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି ।

gpkandhamal

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସକାଳ 11 ଟାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବେଜଲଙ୍କ ସହ ଏକ ବୈଠକ କରୁଛନ୍ତି ।  ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଏବଂ ଅନ୍ୟ ଅଧିକାରୀମାନେ ଯୋଗ ଦେଇଛନ୍ତି । ବୈଠକ ପରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ 1 ଟାରେ ଏକ ପ୍ରେସ ବାର୍ତ୍ତା ଦେବେ। ଦିଲ୍ଲୀରେ ପୁଣି ଥରେ ପ୍ରତିବନ୍ଧକ ଲାଗୁ କରାଯିବ କି?  ଯଦି ଲକଡାଉନ୍ ନହୁଏ, ତେବେ ମହାରାଷ୍ଟ୍ର ପରି ଦିଲ୍ଲୀରେ ପ୍ରତିବନ୍ଧକ ହେବକି ବୋଲି ଚର୍ଚ୍ଚା ହେଉଛି। ଗତ  24 ଘଣ୍ଟାରେ 17282କରୋନା ପଜିଟିଭ ଚିହ୍ନଟ ହୋଇଛି ।

Umasankar Adv
Leave A Reply

Your email address will not be published.